top of page

Indrajaal | Debajyoti Abinash | Story Collection | ଇନ୍ଦ୍ରଜାଲ | ଦେବଜ୍ୟୋତି ଅବିନାଶ

₹299.00 Regular Price
₹239.00Sale Price
Quantity

Indrajaal | Debajyoti Abinash Indrajit | Paranormal Odia Short Stories | ଇନ୍ଦ୍ରଜାଲ | ଦେବଜ୍ୟୋତି ଅବିନାଶ ଇନ୍ଦ୍ରଜିତ | ଅତିଭୌତିକ ଗଳ୍ପ ସଂକଳନ

ଦେବଜ୍ୟୋତି ଅବିନାଶ ଇନ୍ଦ୍ରଜିତ ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ଉଦୀୟମାନ ଯୁବ ଲେଖକ। ୨୦୦୦ ମସିହା ଅଗଷ୍ଟ ୧୬ ତାରିଖରେ ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀ ତଟସ୍ଥ ସରାଙ୍ଗ ଗ୍ରାମରେ ତାଙ୍କର ଜନ୍ମ। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ସମ୍ପ୍ରତି ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ଭାବେ ସେ କାର୍ଯ୍ୟରତ।"ଶୀତ ରାତିର ସକାଳ' ଗଳ୍ପ ମାଧ୍ୟମରେ "ସୃଜନଝର' ପତ୍ରିକାରେ ନିଜ ସାହିତ୍ୟିକ ଜୀବନର ଶୁଭାରମ୍ଭ କରିଥିବା ଲେଖକଙ୍କ ଗଳ୍ପ, ପ୍ରବନ୍ଧ ଓ କବିତାଗୁଡ଼ିକ ପରବର୍ତ୍ତୀ ସମୟରେ ବିଭିନ୍ନ ସାହିତ୍ୟ ପତ୍ରିକା ଓ ଖବରକାଗଜମାନଙ୍କରେ ପ୍ରକାଶିତ ହୋଇ ପାଠକୀୟ ଶ୍ରଦ୍ଧା ସାଉଁଟିଛନ୍ତି। ସାହିତ୍ୟ ସାଧନା ପାଇଁ ସେ "ଟାଇମ୍‌‌‌ପାସ୍ ଉଦୟରାଗ ସମ୍ମାନ-୨୦୨୨', "ବୈଶିଷ୍ଟ୍ୟ ପ୍ରଜ୍ଞାନିଧି ସମ୍ମାନ-୨୦୨୫' ଏବଂ "ବୈଶିଷ୍ଟ୍ୟ ଯୁବ ଗଳ୍ପ ସର୍ଜନା ସମ୍ମାନ-୨୦୨୬' ଅର୍ଜନ କରିଛନ୍ତି।"ଇନ୍ଦ୍ରଜାଲ' ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ସଂକଳନ। ଏଥିରେ ସ୍ଥାନିତ ଅତିଭୌତିକ ଓ ରୋମାଞ୍ଚକର ଗଳ୍ପଗୁଡ଼ିକ ପାଠକଙ୍କ ମନରେ କେବଳ ଭୟ କିମ୍ବା କୌତୂହଳ ସୃଷ୍ଟି କରିବ ନାହିଁ ବରଂ ଲେଖକଙ୍କ ଚମତ୍କାର କଥାବସ୍ତୁ ଓ ମାର୍ଜିତ ରଚନାଶୈଳୀ ସେମାନଙ୍କୁ ବହିଟିର ଶେଷ ପୃଷ୍ଠା ପର୍ଯ୍ୟନ୍ତ ନିଶ୍ଚୟ ବାନ୍ଧି ରଖିବ। ତାଙ୍କର ଏହି ଗଳ୍ପ ସଂକଳନଟି ପାଠକମାନଙ୍କ ଆଦର ଓ ଭଲପାଇବା ଲାଭ କରିବା ସହ ଓଡ଼ିଆ ଅତିଭୌତିକ ସାହିତ୍ୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ଦୃଢ଼ ବିଶ୍ୱାସ। - ଅବିନାଶ ସାହୁ

More About Debajyoti Abinash Indrajit : https://www.abika.in

WhatsApp_icon.png
bottom of page