top of page
ଅବିକା ଯୁବ ସାରସ୍ଵତ ସମ୍ମାନ ୨୦୨୬
​ଲେଖକ / ଲେଖିକାଙ୍କ ସ୍ୱ-ଆବେଦନ ଫର୍ମ
(Self-Application Form)

​(୩୫ ବର୍ଷ ବା ତା'ଠାରୁ କମ୍ ବୟସର ଯୁବ ସାରସ୍ଵତ ସାଧକ/ସାଧିକାମାନଙ୍କ ପାଇଁ)


ଅବିକା ଯୁବ ସାରସ୍ଵତ ସମ୍ମାନ ୨୦୨୬

(ଏକ ନିଆରା ପରିକଳ୍ପନା, ଏକ ନୂତନ ଆଭିମୁଖ୍ୟର ଉଦ୍ଘୋଷଣା )


ସାମ୍ପ୍ରତିକ ​ଓଡ଼ିଆ ସାହିତ୍ୟର ବିବିଧ ବିଭାଗ, ଯଥା- କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ/ସମାଲୋଚନା, ଶିଶୁ ସାହିତ୍ୟ ପ୍ରଭୃତିରେ କଲମ ଚାଳନାକରି ସମାଜକୁ ଏକ ନୂଆ ଧାରାରେ ଚଲେଇ ନେବାର ପ୍ରୟାସ ଜାରି ରଖିଥିବା ଯୁବ(୩୫ ବର୍ଷ ବା ତା’ଠାରୁ କମ୍ ବୟସର) ସାରସ୍ଵତ ସାଧକ, ସାଧିକାମାନଙ୍କର ଭୂମିକା ନିଶ୍ଚିତ ଭାବେ ସ୍ଵୀକାର୍ଯ୍ୟ ଏବଂ ଗୁରୁତ୍ଵପୂର୍ଣ୍ଣ। ସେମାନଙ୍କର ନିରବଚ୍ଛିନ୍ନ ସୃଜନଶୀଳତା, ନୂତନ ଭାବ, ପ୍ରବୃତ୍ତି ଓ ସାରସ୍ଵତ ସାଧନାକୁ ସ୍ଵୀକୃତି ଦେବା ଉଦ୍ଦେଶ୍ୟରେ 'ଅବିକା ବୁକ୍‍ ହାଇଭ୍‍' ତରଫରୁ ପ୍ରତିବର୍ଷ 'ଅବିକା ଯୁବ ସାରସ୍ଵତ ସମ୍ମାନ' ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

​ ଏହି ସ୍ବୀକୃତିସୂଚକ ସମ୍ମାନ ପ୍ରଦାନ ସହ ଗୌରବମୟ ଅଙ୍ଗୀକାରଟି ହେଉଛି- ସମ୍ମାନିତ ପ୍ରତିଭାଙ୍କର ଅପ୍ରକାଶିତ ଶ୍ରେଷ୍ଠ ପାଣ୍ଡୁଲିପିଟିକୁ 'ଅବିକା ବୁକ୍‍ ହାଇଭ୍‍' ପୁସ୍ତକ ଆକାରରେ ପ୍ରକାଶ କରିବ।


ନିୟମାବଳୀ:

୧. ପ୍ରତିଭା ହିଁ ପ୍ରମୁଖ, ସଂଖ୍ୟା ନୁହେଁ।

ସାଧାରଣତଃ କୌଣସି ପୁରସ୍କାର/ସମ୍ମାନ ପାଇଁ ଚୟନ ପ୍ରକ୍ରିୟାରେ ସାହିତ୍ୟର ବିଭିନ୍ନ ବିଭାଗ ଭିତ୍ତିରେ ସର୍ବଶ୍ରେଷ୍ଠ ଜଣଙ୍କୁ ହିଁ ନିର୍ବାଚିତ କରାଯାଇଥାଏ। ମାତ୍ର ବହୁ ଅନୁଶୀଳନ, ବିଚାର-ବିମର୍ଶ ଓ ଆଲୋଚନା ପରେ ଆମେ ଅନୁଭବ କରିଛୁ ଯେ, ଯେତେବେଳେ ଦୁଇ ବା ତତୋଧିକ ସ୍ରଷ୍ଟାଙ୍କର ସୃଜନଶୀଳତା ସମସ୍କନ୍ଧ, ଉଚ୍ଚକୋଟୀର ଓ ସମାନ ଭାବେ ପାଠକୀୟ ଶ୍ରଦ୍ଧା ସାଉଁଟିବାରେ ସକ୍ଷମ ହୋଇଥାନ୍ତି, ସେତେବେଳେ କେବଳ ଜଣଙ୍କୁ ହିଁ ଶ୍ରେଷ୍ଠତାର ମୁକୁଟ ପିନ୍ଧାଇବାଦ୍ଵାରା ସମାନ କାଳଖଣ୍ଡର ଅନ୍ୟ ଯୋଗ୍ୟ ପ୍ରତିଭାମାନେ ସ୍ଵୀକୃତିରୁ ବଞ୍ଚିତ ହୁଅନ୍ତି।

​ତେଣୁ, 'ଅବିକା ବୁକ୍‍ ହାଇଭ୍‍' ଏହି ପାରମ୍ପରିକ ପ୍ରତିବନ୍ଧକତାକୁ ଏଡ଼ାଇବାକୁ ଆଗଭର ହୋଇଛି।


୨. ବୟସସୀମା

ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାରେ ସାମିଲ ହେବାଲାଗି ସ୍ରଷ୍ଟାଙ୍କ ବୟସ ୩୫ ବର୍ଷ କିମ୍ବା ତା’ଠାରୁ କମ୍ ହୋଇଥିବା ଆବଶ୍ୟକ।


୩. ସର୍ବୋତ୍ତମ ପ୍ରତିଭାର ଚୟନ

ଏକ ନିର୍ଦ୍ଦିଷ୍ଟ ବର୍ଷରେ (ଯେପରିକି ୨୦୨୬) ୩୫ ବର୍ଷ ଭିତରେ ଥିବା ବିଭିନ୍ନ ବିଭାଗର ସବୁଠାରୁ ଉଚ୍ଚକୋଟୀର ଯୁବ ପ୍ରତିଭାଙ୍କୁ/ମାନଙ୍କୁ ସମ୍ମାନିତ କରାଯିବ।


୪. ସ୍ଵଚ୍ଛ ଓ ସୁଚିନ୍ତିତ ଚୟନ ପ୍ରକ୍ରିୟା

​ ସ୍ରଷ୍ଟାଙ୍କ ମର୍ଯ୍ୟାଦା ଓ ସୃଜନଶୀଳତାକୁ ସମ୍ମାନ ଜଣାଇ ଏହି ଚୟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ଏବଂ ନିରପେକ୍ଷ ରଖାଯିବ।


୫.'ଅବିକା ଯୁବ ସାରସ୍ଵତ ସମ୍ମାନ ୨୦୨୬' ପାଇଁ ଲେଖକ/ଲେଖିକାମାନେ ନିର୍ଦ୍ଧାରିତ ସମୟ ସୀମା (୩୫ ବର୍ଷ) ଭିତରେ ନିୟମାବଳୀ ଅନୁସାରେ ଆବେଦନ କରିପାରିବେ। 


୬. ପାଠକ ଓ ସାହିତ୍ୟିକ ବି ହେବେ ସାମିଲ

ଆମର ନିର୍ଣ୍ଣାୟକ ମଣ୍ଡଳୀ ସହିତ ପ୍ରବୀଣ ସାହିତ୍ୟିକ, ସମାଲୋଚକ ଏବଂ ନିଷ୍ଠାପର ପାଠକମାନଙ୍କର ମତାମତ/ବିଚାରକୁ ଚୟନ ପ୍ରକ୍ରିୟାର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଭାବେ ଗ୍ରହଣ କରାଯିବ।


ନିର୍ଣ୍ଣାୟକ ମଣ୍ଡଳୀର ନିଷ୍ପତ୍ତି ହିଁ ଅନ୍ତିମ ନିଷ୍ପତ୍ତି।


​ଆମର ଲକ୍ଷ୍ୟ:

ସମାଜର ନୂତନ ତଥା ସୃଜନଶୀଳ ​ଯୁବ ସାହିତ୍ୟିକମାନଙ୍କ ସୃଜନଶୀଳତାକୁ ସ୍ବୀକୃତି ଏବଂ ମର୍ଯ୍ୟାଦା ଦେବା ସହ ସେମାନଙ୍କର ଲେଖାକୁ ପାଠକବର୍ଗଙ୍କ ପାଖରେ ପହଞ୍ଚାଇବା ଆମର ଅଭିପ୍ରାୟ। ସାରସ୍ଵତ ସାଧକମାନଙ୍କୁ ସମ୍ମାନିତ କରିବା ନିମିତ୍ତ 'ଅବିକା ବୁକ ହାଇଭ'ର ଏହି ଅଭିନବ ପରିକଳ୍ପନା ଆପଣମାନଙ୍କର ଶ୍ରଦ୍ଧାଭାଜନ ହେବ ବୋଲି ଆମର ଦୃଢ଼ ବିଶ୍ଵାସ।

Read less

ଜନ୍ମ ତାରିଖ:
Day
Month
Year
ଲିଙ୍ଗ:
ପୁରୁଷ
ମହିଳା
ଅନ୍ୟାନ୍ୟ

ସତ୍ୟପାଠ / ଘୋଷଣାପତ୍ର:

​ମୁଁ ଘୋଷଣା କରୁଛି ଯେ ଉପରୋକ୍ତ ସମସ୍ତ ତଥ୍ୟ ମୋର ଜ୍ଞାନ ଓ ବିଶ୍ୱାସ ମତେ ସମ୍ପୂର୍ଣ୍ଣ ସତ୍ୟ। ମୋର ବୟସ ସମ୍ବନ୍ଧୀୟ ପ୍ରମାଣ ଓ ମୋର ସୃଜନଶୀଳତାର ମୌଳିକତା ପାଇଁ ମୁଁ ନିଜେ ଦାୟୀ। ଯଦି କୌଣସି ତଥ୍ୟ ଭୁଲ୍ ବା ଜାଲ୍ ପ୍ରମାଣିତ ହୁଏ, ତେବେ ମୋର ଆବେଦନକୁ ରଦ୍ଦ କରିବାର ସମ୍ପୂର୍ଣ୍ଣ ଅଧିକାର 'ଅବିକା ବୁକ୍‍ ହାଇଭ୍‍' ନିର୍ଣ୍ଣାୟକ ମଣ୍ଡଳୀଙ୍କ ପାଖରେ ସଂରକ୍ଷିତ ରହିବ।

​ତାରିଖ:
Day
Month
Year
Drawing mode selected. Drawing requires a mouse or touchpad. For keyboard accessibility, select Type or Upload.
WhatsApp_icon.png
bottom of page