top of page

Su | Pranaya Sudha | Poetry Collection | ABiKA BOOK HIVE

₹199.00 Regular Price
₹139.30Sale Price
Quantity
Expected ship by 15th November.

Su | Pranaya Sudha | Poetry Collection | ସୁ | ପ୍ରଣୟ ସୁଧା |  କବିତା ସଙ୍କଳନ

ପତଙ୍ଗ ପ୍ରାୟ ଭୋଗିବାର ଇଚ୍ଛା, ଦୁଷ୍ଟାମୀ, ଦର୍ଶନ ଓ ଦରଜର ଗୀତ ଗାଉଥିବା କବି ପ୍ରଣୟ ସୁଧା ନିଜସ୍ୱ ଢଙ୍ଗ, ଛଇ ଓ ଚମକ ପାଇଁ ବେଶ ପରିଚିତ ଓ ପ୍ରତିଷ୍ଠିତ। ଏହି କବିତାର ଡାଏରୀ ‘ସୁ' ତାଙ୍କର ସପ୍ତମ କବିତା ସଂକଳନ ଯେଉଁଠି ବିରହର ଧାର ନିଜ ପାଇଁ ଗଢ଼ିଛି ନିଜେ ସାଗର। ଉକ୍ତ ସଙ୍କଳନରେ ଜୋଛନା ପ୍ରାୟ ସମ୍ବେଦନଶୀଳତା, ହେନା ବାସ୍ନାର ଶିହରଣ ଓ ଚାଲିବା ଅପେକ୍ଷା ଝୁଣ୍ଟିବାର ନିଶା ପାଠକଙ୍କୁ ବାଟ ମଝିରେ ଅଟକାଇ ଅନ୍ୟମନସ୍କ ହେବାକୁ ବାଧ୍ୟ କରିବ। ଅବଶ୍ୟ ଏଥିପାଇଁ ପାଠକଟିଏ ଅନ୍ଧାରବତୁରା ହଳେ ଆଖିର ଇସାରାରେ ଆକାଶ ଆଡ଼କୁ ମୁହାଁଇଥିବା ରାସ୍ତାରେ ଚାଲୁଚାଲୁ ବାରମ୍ବାର ଝୁଣ୍ଟିବାକୁ ପ୍ରସ୍ତୁତ ରହିଲେ ହେଲା।

କବିତା ସଂକଳନ ‘ସୁ’ର ପ୍ରକାଶ କାଳରେ ପ୍ରଣୟ ସୁଧାଙ୍କୁ ଅଜସ୍ର ଅଭିନନ୍ଦନ। ପାଠକମାନଙ୍କ ମନରେ ‘ସୁ' ଏକ ଶିହରଣ ହୋଇ ସଞ୍ଚରିଯିବ ଏଥିରେ ସନ୍ଦେହ ନାହିଁ। -ପ୍ରକାଶକ More About Pranaya Sudha : https://www.abika.in

WhatsApp_icon.png
bottom of page