top of page

Tusha | Debabrata Das | Novel | ତୁଷ | ଦେବବ୍ରତ ଦାସ | ଉପନ୍ୟାସ

₹349.00 Regular Price
₹262.00Sale Price
Quantity

Tusha | Debabrata Das | Novel | ତୁଷ | ଦେବବ୍ରତ ଦାସ | ଉପନ୍ୟାସ

କଥାକାର, ଔପନ୍ୟାସିକ, କବି, ସମ୍ପାଦକ ଓ ସଙ୍ଗଠକ ଭାବେ ଦେବବ୍ରତ ଦାସ ନିଜ ସ୍ୱତନ୍ତ୍ର ସୃଜନଶୀଳତା ଦ୍ୱାରା ଓଡ଼ିଆ ସାହିତ୍ୟକୁ ନୂତନ ଭାବନା ଓ ଅନୁଭୂତିର ସ୍ଵାଦ ଦେଇ ଆସୁଛନ୍ତି। ବାଲେଶ୍ଵର ଜିଲ୍ଲାର ସୋର ନିକଟସ୍ଥ କେଦାରପୁର ଗ୍ରାମରୁ ଆରମ୍ଭ ହୋଇଥିବା ତାଙ୍କ ସାହିତ୍ୟ ଯାତ୍ରା ଆଜି ଓଡ଼ିଆ ପାଠକମାନଙ୍କ ମନରେ ଏକ ବିଶ୍ୱସନୀୟ ଓ ସମ୍ମାନନୀୟ ସ୍ଥାନ ଅଧିକାର କରିଛି। ସାଧାରଣ ଜୀବନର ସୂକ୍ଷ୍ମ ଅନୁଭବ, ମାନବିକତାର ଅନ୍ତର୍ନିହିତ ସ୍ପନ୍ଦନ ଓ ସାମାଜିକ ପରିବେଶର ଗଭୀର ପର୍ଯ୍ୟବେକ୍ଷଣ ତାଙ୍କ ଲେଖନୀର ଜୀବନୀ ଶକ୍ତି। ‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରରେ ସମ୍ମାନିତ ହେବା ତାଙ୍କ ସାରସ୍ବତ ପ୍ରତିଭାର ଏକ ଉଲ୍ଲେଖନୀୟ ସ୍ୱୀକୃତି। ‘ଠ’, ‘ଲାଞ୍ଜ’, ‘ମାୟା’, ‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’, ‘ଆଉଜଣେ ଆମ୍ରପାଲି’ ଏବଂ ‘ଚାଲ ରୂପା ଗାଁ ଦେଖିଆସିବା ଚାଲ’ ପରି କୃତିମାନଙ୍କ ମାଧ୍ୟମରେ ସେ ପାଠକମାନଙ୍କ ସହ ଏକ ସ୍ବତନ୍ତ୍ର ସମ୍ପର୍କ ସୃଷ୍ଟି କରିପାରିଛନ୍ତି। ସେହି ସୃଜନ ଯାତ୍ରାର ଆଉ ଏକ ନୂତନ ମାଇଲଖୁଣ୍ଟ ହେବାକୁ ଯାଉଛି ‘ତୁଷ’। ଏହି ଉପନ୍ୟାସ କେବଳ କାହାଣୀଟିଏ ନୁହେଁ; ମଣିଷ, ସମୟ, ସମ୍ପର୍କ ଓ ଅନ୍ତର୍ଜୀବନର ବିଭିନ୍ନ ସ୍ତରକୁ ଛୁଇଁବାର ଏକ ନିଆରା ଏବଂ ସଫଳ ପ୍ରୟାସ। ଲେଖକଙ୍କର ସ୍ୱତନ୍ତ୍ର ଭାଷାଶୈଳୀ, ଚରିତ୍ର ନିର୍ମାଣର ପୋଖତ କାରିଗରୀ ଓ ଜୀବନବୋଧର ଗଭୀର ଅନୁଶୀଳନ ‘ତୁଷ’କୁ ପାଠକମାନଙ୍କ ମଧ୍ୟରେ ଆଦରଣୀୟ ସ୍ଥାନଟିଏ ଦେବ ବୋଲି ଆମର ବିଶ୍ବାସ । - ଅବିନାଶ ସାହୁ

More About Debabrata Das : https://www.abika.in/copy-of-our-author

WhatsApp_icon.png
bottom of page